spot_img

ଅଳ୍ପକେ ବର୍ତ୍ତିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ବନ୍ୟା ତାର ତାଣ୍ଡବ ରଚିଚାଲିଛି । ତେବେ ଏହି ବନ୍ୟା ସମୟରେ ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ସମୟରେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗୋପ ବ୍ଲକର ରାହାଙ୍ଗଗୋରଡ଼ା ପଞ୍ଚାୟତର ବୋଇତଭଙ୍ଗା ବ୍ରିଜ ନିକଟରେ ଯନ୍ତ୍ରଚାଳିତ ବୋଟଟି ହଠାତ ବ୍ରିଜରେ ମାଡ଼ ହେବା ଫଳରେ ମନ୍ତ୍ରୀଙ୍କ ସମେତ ଅନ୍ୟମାନେ ତଳ ମୁଁହା ହୋଇଯାଇଥିଲେ । ଏଭଳି ଏକ ବଡ଼ଧରଣର ଦୁର୍ଘଟଣାରୁ ମନ୍ତ୍ରୀଙ୍କ ସମେତ ଏନଡ଼ିଆରଏଫ ଟିମ ଓ ଅନ୍ୟ ୧୦ ଜଣ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସ ନିଜେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular