ଖୋର୍ଦ୍ଧା: କରୋନାର ଦ୍ୱିତୀୟ ଲହରିରେ ଖୋର୍ଦ୍ଧାସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟ ବାହାରୁ ପ୍ରବାସୀ ଓଡିଆମାନେ ବର୍ତମାନ ଘରମୁହାଁ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଖୋର୍ଦ୍ଧା ଉପଖଣ୍ଡର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଖୋର୍ଦ୍ଧା, ଚିଲିକା, ବୋଲାଗଡ଼, ଖୋର୍ଦ୍ଧା ବ୍ଲକ, ଖୋର୍ଦ୍ଧା ପୋୖରାଞ୍ଚଳ ସମେତ ୮ଟି ଅଞ୍ଚଳ କୁ ମାଇକ୍ରୋ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି । ଏହା ଆସନ୍ତା ୨୯ ତାରିଖ ପ୍ରଯ୍ୟନ୍ତ ବଳବତ୍ତର ରହିବ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅଶୋକ ବେହୁରିଆ ଜଣାଇଛନ୍ତି । ପଲ୍ଲା, କେରଙ୍ଗ, ବଉଳବନ୍ଧ, ଲମ୍ବୋଦର ପୁର,ଦୁଅଁଳା, ଅରଖପଲ୍ଲି, ତୃତୀୟା ପଡା ଗ୍ରାମ ସମେତ ଖୋର୍ଦ୍ଧା ପୌରାଞ୍ଚଳ ର ୧୧ ନମ୍ଵର ୱାର୍ଡ ର ମଙ୍ଗଳାନଗର ଅଞ୍ଚଳ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0