ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବାଙ୍ଗୁରିସିଂହା ଗାଁରେ ହାତୀ ଉପଦ୍ରବ । ଘର ଭାଙ୍ଗିବା ସହ ଚାଷ ଉଜାଡିଦେଉଛନ୍ତି ହାତୀପଲ । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ବିରୋଧ କରି ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ ।
ଖବର ଅନୁଯାୟୀ, ଗାଁରେ ହାତୀପଲ ବାରମ୍ବାର ଘର ଭାଙ୍ଗିବା ସହ ବାଡ଼ି ବଗିଚା ଉଜାଡି ଦେଉଛନ୍ତି । ଯାହାଫଳରେ ଗ୍ରାମବାସୀମାନେ ଅସୁରକ୍ଷିତ ହୋଇପଡୁଛନ୍ତି । ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ର ବାଙ୍ଗୁରିସିଂହା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ବୁଧବାର ବିଲମ୍ବିତ ରାତିରେ ହାତୀପଲ ଗାଁରେ ପଶି ପାଞ୍ଚୋଟି ଘର ଭାଙ୍ଗି ଦେଇଛନ୍ତି । ଏପରିକି ହାତୀପଲ ଅନେଜ ଲୋକଙ୍କ ବାଡ଼ି ବଗିଚାରେ ପଶି ପରିବ ଚାଷକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଅଞ୍ଚଳରେ ହାତୀପଲ ବାରମ୍ବାର ଏପରି ପଦ୍ରବ ସତ୍ତ୍ୱେ ବନବିଭାଗ ସୁରକ୍ଷା ଦେବାରେ ବିଫଳ ହୋଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0