spot_img

ଚନ୍ଦ୍ରପୃଷ୍ଠରେ ବିଦ୍ୟୁତ୍ ଉତ୍ପାଦନ! ଚୀନର ଗବେଷଣା ଜାରି

ଚୀନ କିଛିଦିନ ହେବ ଚନ୍ଦ୍ରରେ ଚାଷ କରିବା ପାଇଁ ଯୋଜନା କରିଆସୁଛି । ଯେଉଁଥିପାଇଁ ସେ କିଛି ଦିନ ପୂର୍ବରୁ ଚେଙ୍ଗି-୫ ମହାକାଶଯାନ ଦ୍ୱାରା ଚନ୍ଦ୍ରକୁ ପ୍ରେରଣ କରିଥିଲା । ଯାହା ସାହାର୍ଯ୍ୟରେ ସଫଳତାରସହ ପ୍ରାୟ୧,୭୩୧ ଗ୍ରାମ ମାଟି ଏବଂ ପଥର ଧରି ଯାନ ପୃଥିବିକୁ ଫେରିଛି । ବର୍ତ୍ତମାନ ଏହି ନମୁନାଗୁଡ଼ିକୁ ଅନୁସନ୍ଧାନ କରୁଛନ୍ତି ଚାଇନାର ବୈଜ୍ଞାନିକ ମାନେ ।

ସୂଚନାମୁତାବକ ବୈଜ୍ଞାନିକ ମାନେ ଜାଣିବାକୁ ପାଇଛନ୍ତି ଯେ ଚନ୍ଦ୍ର ମାଟିରେ କାର୍ବୋନିକ ପୋଷକ ତତ୍ତ୍ୱର ଅଭାବ ଅଛି । ଏହା ବହୁତ ଶୁଷ୍କ ଅଟେ । ଯେଉଁଥିପାଇଁ ଏହି ମାଟିରେ ପନିପରିବାର ବୃଦ୍ଧି ହେବନି କି ଆଳୁ ମଧ୍ୟ ଚାଷ କରିହେବ ନାହିଁ । କିନ୍ତୁ ଏହା ଅନ୍ୟ ଜିନିଷ ପାଇଁ ବ୍ୟବହୃତ ହୋଇପାରିବ । ଚାଇନାର ଏକଚ୍ୟାନେଲ ସିସିଟିଭି ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡ଼ିଓ ଅନୁଯାୟୀ,ଦୀର୍ଘ ସମୟଧରି ସୌର ପବନ ଚନ୍ଦ୍ର ମାଟିରେ ସ୍ପର୍ଶ ହେବା ଦ୍ୱାରା ମାଟିରେ ହିଲିୟମ-୩ ସୃଷ୍ଟି ହୋଇଛି । ଯେଉଁଥିରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ ।

ଚୀନ ଏପରି ପ୍ରୟାସ ବାରମ୍ବାର କରିଆସୁଛି । ୨୦୧୩ ପରଠାରୁ ଏହା ତୃତୀୟ ଥର ପାଇଁ ଚୀନ ଚନ୍ଦ୍ରରେ ପହଞ୍ଚିଛି । ଏହା ପୂର୍ବରୁ ଜାନୁଆରୀ ୨୦୧୯ରେ ଚାଇନାର ମହାକାଶଯାନ ଚାଙ୍ଗଲ-୪ ଛୋଟ ରୋବୋଟିକ ରୋଭର ମଧ୍ୟମରେ ଚନ୍ଦ୍ରର ବହୁ ଦୂରରେ ଅବତରଣ କରି ଇତିହାସ ସୃଷ୍ଟି କରିଥଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular