ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପାଣିଗେଙ୍ଗୁଟିଆରେ ହାତୀ ଆକ୍ରମଣରେ ଚାଷୀ ମୃତ। କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହି ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଛି।ପରଜଙ୍ଗ ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଯୋଗୁଁ ଚାଷୀମାନଙ୍କର ମୃତ୍ୟୁ ଘଟୁଥିବାରୁ ଉତ୍ତେଜନା ଦେଖାଯାଇଛି।
ମହାବିରୋଡ ରେଞ୍ଜ ପାଣିଗେଙ୍ଗୁଟିଆ ଗାଁରେ ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ପରଜଙ୍ଗ ଥାନା ପାଣିଗେଙ୍ଗୁଟିଆ ଗାଁର ଫକୀର ଭୋଇ। ସୂଚନା ମୁତାବକ ଫକୀର ସକାଳୁ ପାଣିଗେଙ୍ଗୁଟିଆ ଗ୍ରାମ ନିକଟସ୍ଥ ଅସନନାଳୀ ଅଞ୍ଚଳର ଚାଷ ଜମିକୁ ନଡ଼ା ବାନ୍ଧି ଯାଇଥିଲେ । ତେବେ ବିଲରେ ନଡ଼ା ବନ୍ଧୁଥିବାବେଳେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ପାଦରେ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0