କରଞ୍ଜିଆ : କରଞ୍ଜିଆ ଉପଖଣ୍ଡରେ ବାରମ୍ବାର ହାତୀ ଆତଙ୍କ ଦେଖିବାକୁ ମିଳୁଛି। ଗତକାଲି ବିଳମ୍ବିତ ରାତିରେ ଦୁଧିଆଣି ରେଞ୍ଜ ଅଧୀନରେ ଥିବା ପିଛୁଳି ଗାଁରେ ୨୩ ଟିକିଆ ଝାଡ଼ଖଣ୍ଡି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୨ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି।ଲୋକେ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ଗାଁରେ ପହଞ୍ଚି ହାତୀପଲଙ୍କୁ ଘଉଡାଇବା କାର୍ଯ୍ୟ ଜାରି ରଖିଛନ୍ତି।
ବର୍ତ୍ତମାନ ପୁରୁଣା ଦେଓଗାଁ ଗାଁ ନିକଟରେ ଥିବା ଜଙ୍ଗଲରେ ୨୩ ଟି ହାତୀ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି।ଚଳିତ ବର୍ଷ ହାତୀ ଆକ୍ରମଣରେ ବହୁ ଲୋକଙ୍କ ଜୀବନ ଯାଇଛି। ଗତକାଲି ବୁଗୁଡା ନିକଟସ୍ଥ ଏକ ମଠରେ ଥିବା ଚୈତନ୍ୟ ବାବାଙ୍କୁ ହାତୀ ଆକ୍ରମଣ କରିଥିଲେ। ଶୁଣ୍ଢରେ ଟେକି ନେଇ କଚାଡି ଦେଇଥିଲା। ବାବାଙ୍କ ବାମ ଗୋଡ ଜଙ୍ଘର ହାଡ଼ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0