ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଓ ବେଲପଡା ବ୍ଲକ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ପ୍ରାୟ ସାତ ଦିନ ହେବ ୩୦ ଟି ହାତୀ ଏହି ଦୁଇ ଅଞ୍ଚଳର ବିଭିନ୍ନ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ବେଲପଡା ବ୍ଲକ ଡୁଡୁକାମାଲ ଓ ଆଖପାଖ ଗାଁରେ ହାତୀ ପଲ ପଶି ଉତ୍ପାତ କରିବା ସହ ଚାଷ ଜମିରେ ବ୍ୟାପକ ନଷ୍ଟ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀପଲ ଆସି ଫସଲ ନଷ୍ଟ କରିବା ଭୟରେ ଲୋକେ ରାତି ସାରା ଅନିଦ୍ରା ରହି ଜଗି ରହୁଛନ୍ତି। ତା’ସତ୍ତ୍ୱେ ହାତୀପଲ ଫସଲ ନଷ୍ଟ କରି ଦେଉଛନ୍ତି। ଛୋଟବଡ଼ ମିଶି ୩୦ଟି ହାତୀ ଏହି ପଲରେ ଥିବା ବେଳେ ଏତେ ସଂଖ୍ୟକ ହାତୀଙ୍କ ଚଳାଚଳ ଯୋଗୁ ଏହି ଦୁଇ ବ୍ଲକ୍ ଅଞ୍ଚଳର ବିଭିନ୍ନ ଗାଁର ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନାଯୋଗ୍ୟ, ତୁରେକେଲା ବ୍ଲକର ଗଞ୍ଜାଗୁଡ଼ା, ମହାନିଲହ, ମହୁଲପାଟି, ମଲ୍ଲିକଦରୋ, ମାଗୁରଜଙ୍ଗଲ ଓ ରାମୁଡ଼ ଗାଁରେ ମଧ୍ୟ ଏହି ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0