spot_img

ଆଇଫୋନ କମ୍ପାନୀରେ ନିଆଁ ଲଗାଇଲେ କର୍ମଚାରୀ

ବୋଙ୍ଗାଲୁର: ଆଇଫୋନ କମ୍ପାନୀରେ ନିଆଁ ଲଗାଇଲେ କର୍ମଚାରୀ । ଆଇ ଫୋନ୍ ନିର୍ମାତା କମ୍ପାନୀ ଉଇଷ୍ଟ୍ରନ ର ବାଙ୍ଗାଲୋର କାର୍ୟ୍ୟାଳୟରେ କର୍ମଚାରୀ ମାନେ ଭଙ୍ଗାରୋଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । କିଛି ମାସ ହେବ ଦରମା ନମିଳିବାରୁ କର୍ମଚାରୀମାନେ ରାଗରେ ଏଭଳି କରିଥିବା ସୂଚନା ମିଳିଛି । ତାଇୱାନ କମ୍ପାନୀ ଉଇଷ୍ଟ୍ରନ ସେଂଟ୍ରାଲ ବାଙ୍ଗଲୋରରେ ଏକ କାରଖାନା ବସାଇ ଆଇଫୋନ ଓ ଅନ୍ୟ ମୋବାଇଲ କମ୍ପାନୀ ମାନଙ୍କ ପାଇଁ ମୋବାଇଲ ପ୍ରସ୍ତୁତ କରୁଥିଲା । ଏଭଳି ଘଟଣା ପରେ କର୍ଣ୍ଣାଟକ ସରକାର ଏଭଳି ହିଂସାକୁ ନିନ୍ଦା କରିଛନ୍ତି, ଏହାସହ କର୍ମଚାରୀ ମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular