ଛୁଟିରେ ରହଥିବା ସୈନିକଙ୍କ ପ୍ରତି ହେଉଥିବା ଆକ୍ରମଣ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଛି। ଯଦି ଛୁଟିରେ ଯାଇଥିବା କୌଣସି ସୈନିକଙ୍କ ଉପରେ ଆକ୍ରମଣ ହେଉଛି ଓ ଏହି ଆକ୍ରମଣରେ ସୈନିକଙ୍କ ମୃତ୍ୟୁ ହେଉଛି। ତେବେ ଏହାକୁ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କରଛନ୍ତି ବୋଲି ଘୋଷଣା କରାଯିବ। ଏହି ଅନୁସାରେ ମୃତ ସୈନିକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରାଯିବ। ଏହା ତିନି ସେନାଙ୍କ ପାଇଁ ଧାର୍ଯ୍ୟ କରାଯାଇଛି | ବର୍ତ୍ତମାନ କୌଣସି ସମସ୍ୟା ଉପରେ ଯାରି କରାଯାଇଥିବା ନିର୍ଦ୍ଦେଶରେ ଆଲୋଚନା କରାଯାଇନାହିଁ। ଯଦି କୌଣସି ସୈନିକ ଛୁଟିରେ ନିଜ ଘରକୁ କିମ୍ବା ଅନ୍ୟ କେଉଁଆଡ଼େ ଯାଇଥିବା ସମୟରେ ଚରମପନ୍ଥି ବା ଅସାମାଜିକ ବ୍ୟକ୍ତିମାନଙ୍କ ଆକ୍ରମଣରେ ଶୀକାର ହୋଇ ମୃତ୍ୟୁବରଣ କରନ୍ତି ତେବେ ଏହାକୁ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ହୋଇଛି ବୋଲି ଗଣନା କରାଯିବ । ସରକାର କହିଛନ୍ତି ‘ସୈନିକମାନେ ଭାରତୀୟ ସେନା କର୍ମଚାରୀ ହୋଇଥିବାରୁ ସେମାନଙ୍କ ଉପରେ ଛୁଟିଦିନରେ ଆକ୍ରମଣ ହେଉଛି; ସେଥିପାଇଁ ସେମାନେ ଏହି ଲାଭ ପାଇବାର ହକଦାର’। କିନ୍ତୁ ଯଦି ବ୍ୟକ୍ତିଗତ ଶତୃତା ଯୋଗୁଁ କୌଣସି ସୈନିକଙ୍କ ଆକ୍ରମଣରେ ମୃତ୍ୟୁ ହୁଏ ସେ ଏହି ଯୋଜନାର ଲାଭ ପାଇବେ ନାହିଁ । ସମ୍ପୃକ୍ତ ସୈନିକଙ୍କ ପରିବାରକୁ ମଧ୍ୟ କୌଣସି କ୍ଷତିପୁରଣ ମିଳିବ ନାହିଁ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0