ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୁଲଓା୍ୱମା ଜିଲ୍ଲାରେ ବୁଧବାର ଦିନ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଜଣେ ଜବାନ ସହୀଦ ହୋଇଥିବା ବେଳେ ଜଣେ ଅଜଣା ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ବୁଧବାର ଭୋରରେ ନିରାପତ୍ତା ବଳ କାମରାଜିପୁରର ଗୋଟିଏ ଫଳ ବଗିଚା ପାଖରେ ଏହି ଗୁଳିବିନିମୟ ହୋଇଥିବା କାଶ୍ମୀର ଜୋନ୍ ପୋଲିସ୍ ଟ୍ୱିଟ କରି ଜଣାଇଛନ୍ତି । ଏହି ଘଟଣାରେ ୨ ଜଣ ଯବାନ ଆହତ ହୋଇଥିବା ବେଳେ ପରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଗୁଳି ବିନିମୟ ସ୍ଥଳରୁ ଗୋଟିଏ ଏକେ-୪୭ ଆସଲଟ୍ ରାଇଫଲ, ଗ୍ରେନେଡ୍ ପାଉଚ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ସେନାର ଜଣେ ମୁଖପାତ୍ର କହିଛନ୍ତି । ସୂଚନା ଥାଉକି, ଉତ୍ତର କାଶ୍ମୀର କୁପୱାରା ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ମଙ୍ଗଳବାର ଦିନ ଜଣେ ହିଜବୁଲ ମୁଜାହିଦୀନ ଆତଙ୍କବାଦୀଙ୍କ ସମେତ ପାଞ୍ଚଜଣଙ୍କୁ ନିରାପତ୍ତାବଳ ଗିରଫ କରିଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0