ଆଠଗଡ: ଅବକାରୀ ବିଭାଗର ଚଢାଉ ବେଳେ ୧୫ ଲିଟର ଦେଶୀ ମଦ ଜବତ୍ ହୋଇଛି । ରାଜ୍ୟରେ ବେଆଇନ୍ ମଦ କାରବାର ଦିନକୁ ଦିନ ବଢି ଚାଲିଛି। ଦେଶୀ ମଦ କାରବାରକୁ ନେଇ ମଦ ମାଫିଆ ମାନଙ୍କୁ ଧରିବା ପାଇଁ ରାଜ୍ୟରେ ଅବକାରୀ ବିଭାଗ ଅଚାନକ୍ ବିଭିନ୍ନ ସ୍ଥାନର ଚଢାଉ କରୁଛି । ଶୁକ୍ରବାର କଟକ ଆଠଗଡ ଅଞ୍ଚଳରୁ ୧୫ ଲିଟର ଦେଶୀ ମଦ ଜବତ୍ କରିଛି କଟକ ଅବକାରୀ ବିଭାଗ । ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗ ଗ୍ରାମ ପାଶ୍ୱର୍ରେ ବେଆଇନ୍ ଦେଶୀ ମଦ କାରବାରର ସୂଚନା ମିଳିଥିଲା । ପରେ ଜିଲ୍ଲା ଅବକାରୀ ଅଧକ୍ଷଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ଜଣେ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇଥିବା ସୂଚନା ମିଳିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0