ବାଲିଆପାଳ: ସବୁ ସିମା ଟପିଗଲା ଅନ୍ଧବିଶ୍ୱାସ, ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇ ଲୋକେ ଏତେ ତଳକୁ ଖସି ଯାଆନ୍ତି ତାହା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ l ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ମହିଁଷାମୁଣ୍ଡା ଗ୍ରାମର ଲୁସ୍କୁ ଟୁଡୁର ସ୍ତ୍ରୀକୁ ଡାହାଣୀ ସନ୍ଦେହରେ ସପରିବାରକୁ ଗାଁରୁ ମାଡମାରି ତଡିଦେଲେ ଗ୍ରାମବାସୀ l ଫଳରେ ସ୍ବାମୀ ସ୍ତ୍ରୀ ଓ ପିଲାକୁ ଧରି ଅନ୍ୟ ଏକ ଗାଆଁ ପାଖର ରାସ୍ତାରେ ବିଛାଯାଇଥିବା ହୋମ ପାଇପ ଭିତରେ ଆଶ୍ରୟ ନେଇଛନ୍ତି ଲୁସ୍କୁ ଏବଂ ତାଙ୍କ ସ୍ତ୍ରୀ ରୁକ୍ମିଣୀ l ସୁଚନାରୁ ପ୍ରକାଶ ଲୁସ୍କୁ ର ବଡଭାଇର ଦୁଇଜଣ ପୁଅ ରୋଗରେ ପଡି ମୃତ୍ୟୁ ବରଣ କରିଛନ୍ତି l ସେମାନଙ୍କ ମୃତ୍ୟୁର କାରଣ କୁଆଡେ ଲୁସ୍କୁର ସ୍ତ୍ରୀ ରୁକ୍ମିଣୀ l ସେ ଡାହାଣୀ ହୋଇ ସେହି ଦୁଇ ପିଲାଙ୍କୁ ମାରିଛି l ଏକଥା ତା ବଡ଼ଭାଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ସେମାନଙ୍କୁ ପିଟାମରା କରିବା ସହିତ ଗ୍ରାମରୁ ତଡି ଦେଇଛନ୍ତି l ଏମିତିକି ଘରୁ କୈାଣସି ଜିନିଷ ମଧ୍ୟ ଦେଇ ନାହାନ୍ତି l ଯାହା ଫଳରେ ସେମାନେ ଗାଁ ରୁ ଆସି ମାନପୁର ନିକଟରେ ରାସ୍ତାର ବିଛାଯାଇଥିବା ହୋପ ପାଇପ ତଳେ ଆଶ୍ରୟ ନେଇଛନ୍ତି l ପାଖରେ ପଇସା ପତ୍ର କି ଲୁଗାପଟା କିଛି ନଥିବାରୁ ଶିତ କାକରରେ ଭୋକ ଉପାସରେ ବହୁ ଦୟନୀୟ ଅବସ୍ଥାରେ ରହୁଛନ୍ତି l ଏ ସମ୍ପର୍କରେ ବାଲିଆପାଳ ତହସିଲଦାରକୁ ଯୋଗାଯୋଗ କରିବାରୁ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l



Visitors Today : 0
Total Visitors : 130166
Total Views : 9891611
Visitors Online Now : 0