ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆରଡିଓର କିଛି ବିସ୍ଫୋରକ ସାମଗ୍ରୀ ଗତକାଲି ଜନବସତିରେ ପଡ଼ିଲା । ସଦର ବ୍ଲକ ଜୟଦେବ କସବା ପଞ୍ଚାୟତର ଏଗାର ହଜାର ଲୁଣାପାହି ଗାଁରେ ଏହି ବିସ୍ଫୋରକ ସାମଗ୍ରୀ ଖସିପଡିଥିବା ଜଣାଯାଇଛି। ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ । ମୁଷା ପାତ୍ରଙ୍କ ନାମକ ବ୍ୟକ୍ତିଙ୍କ ଫାର୍ମହାଉସରେ ଏହି ବିସ୍ଫୋରକ ସାମଗ୍ରୀ ଖସି ପଡିବା ସହ ମାଟିର ୨୦ଫୁଟ ଗଭୀରକୁ ଯନ୍ତ୍ରାଂଶ ଗଳିପଡିଥିବା ସୁଚନା ମିଳିଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପ୍ରତିରକ୍ଷା ବିଭାଗର ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଭୟଭୀତ ନ ହେବା ଲାଗି ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0