spot_img

ମୂର୍ତ୍ତି ବିସର୍ଜନରେ ନିୟମ ଉଲ୍ଲଘଂନ କଲେ ନିଆଯିବ କାର୍ଯାନୁଷ୍ଠାନ

କରୋନା ଗାଇଡଲାଇନ ପାଳନ ସହ ବିନା ଭକ୍ତରେ ଦୁର୍ଗା ପୂଜା ପାଳିତ ହେଉଥିବା ବେଳେ ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ କଡ଼ା କଟକଣା ଲାଗୁ କରିଛି ବିଏମସି। ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡର ଗାଇଡ ଲାଇନ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଏମସି କମିଶନର । ମୂର୍ତ୍ତି ବିସର୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ମୂର୍ତ୍ତି ବିସର୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ବିଏମସି ଅଧିକାରୀମାନେ ଲଗାତାର ଭାବେ ପୋଖରୀର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥିସହ ମୂର୍ତ୍ତିରେ କେଉଁ ଧରଣର ରଙ୍ଗ ବ୍ୟବହାର ହୋଇଛି ତାହା ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟି ସଦସ୍ୟ ବିଭିନ୍ନ ପୂଜା ମଣ୍ଡପ ବୁଲି ମୂର୍ତ୍ତିରେ ବ୍ୟବହାର ହୋଇଥିବା ରଙ୍ଗର ଅନୁଧ୍ୟାନ କରିବେ । ଯଦି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ନିୟମ ଉଲ୍ଲଙ୍ଘନ ହୁଏ ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular