ନୂଆଦିଲ୍ଲୀ : ଡରାଇଲାଣି କରୋନା ଭାଇରସ । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ନୂଆ ନୂଆ ରେକର୍ଡ କରୁଛି । ୨୪ ଘଣ୍ଟାରେ ଦେଶରେ ୨୬ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା । ସୋମବାର ୨୬ ହଜାର ୨୯୧ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଆଉ ୧୧୮ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୭୨୫ରେ ପହଁଚିଛି ।
ଦେଶରେ ଏବେ ଅକ୍ଟିଭ୍ କେସ୍ ସଂଖ୍ୟା ରହିଛି ୨ ଳକ୍ଷ ୧୯ ହଜାର ୨୬୨ । ୭ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ସଂକ୍ରମଣ ବଢୁଛି ।
ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୪୦୭ଟି ନୂଆ ମାମଲା ଆସିଛି । ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୩୬୯୬ରେ ପହଁଚିଛି । ପଜିଟିଭ୍ ହାର ୦.୬୦ ରହିଛି । ସେହିପରି ମହାରାଷ୍ଟ୍ରରେ ୧୬୬୨୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୧୪ ହଜାର ହୋଇଥିବା ବେଳେ ୫୨୮୬୧ଜଣ ପ୍ରାଣ ହରାଇସାରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0