ନୂଆଦିଲ୍ଲୀ: ପୁଣି ସୀମାରେ ଭାରତ ଓ ଚାଇନା ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ସିକିମର ନାକୁ ଲାରେ ଉଭୟ ଦେଶର ସେନା ହାତାହାତି ହୋଇଛନ୍ତି। ସିକିମର ନାକୁ ଲାରେ ଚାଇନା ସେନା ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। ଏହି ସମୟରେ ଭାରତୀୟ ସେନା ଏହାର ପ୍ରତିରୋଧ କରିଥିଲେ। ଯେଉଁକାରଣରୁ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ୨୦ରୁ ଅଧିକ ଚାଇନା ସେନା ଆହତ ହୋଇଥିବା ସୂଚନା ମିଳିଛି। ସେହିପରି ଭାରତର ୪ଜଣ ସେନା ଆହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନା ଚାଇନାର ସେନାକୁ ସେଠାରୁ ତଡ଼ିବାରେ ସଫଳ ହୋଇଛନ୍ତି। ହେଲେ ଏବେବି ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତୀୟ ପ୍ରାନ୍ତର ସବୁ ପଏଣ୍ଟରେ ପାଗ ଖରାପ ରହିଥିଲେ ହେଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ମୋଲ୍ଡାରେ ୧୫ ଘଣ୍ଟା ଧରି ଆଲୋଚନା ହୋଇଥିଲା।
ଏହାକୁ ମିଶାଇ ଭାରତ ଓ ଚାଇନା ମଧ୍ୟରେ ଏପର୍ଯ୍ୟନ୍ତ ୯ଥର ଆଲୋଚନା ହୋଇଛି, କିନ୍ତୁ କୌଣସି ବାଟ ଫିଟିପାରି ନାହିଁ। ସୀମାରେ ଉତ୍ତେଜନା କମ୍ କରିବା ପାଇଁ ଉଭୟ ଦେଶରେ ରାଜନେତା ପରସ୍ପରକୁ ସାକ୍ଷାତ କରୁଛନ୍ତି ଏବଂ ଏହି ମାମଲା ଉପରେ ଲଗାତର ଆଲୋଚନା କରୁଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0