ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ବାସୀଙ୍କ ପାଇଁ ଖୁସି ଖବର। ଜାମ୍ମୁ କାଶ୍ମୀର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କଲେ ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭରଶୀଳ ଭାରତକୁ ଆଗେଇ ନେଇ ଶନିବାର ଦିନ ରାଜ୍ୟ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟରେ ବ୍ୟବସାୟୀମାନଙ୍କ ପାଇଁ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି ବୋଲି ଲେଫ୍ଟନାଣ୍ଟ ଗଭର୍ଣ୍ଣର କହିଛନ୍ତି । ରାଜ୍ୟରେ ଆର୍ଥିକ ସମସ୍ୟା ନେଇ ଗତି କରୁଥିବା ବ୍ୟବସାୟୀମାନଙ୍କ ପାଇଁ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରି ବହୁତ ଖୁସି ଅଛନ୍ତି ବୋଲି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି ।
I am glad to announce a Rs 1,350 crores economic package for the people in the business community facing economic difficulties. This is additional to the benefits of Atma Nirbhar Bharat & other measures taken by us to comfort the business community: Jammu & Kashmir LG Manoj Sinha pic.twitter.com/zYeevtRyAs
— ANI (@ANI) September 19, 2020
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଗୋଟିଏ ବର୍ଷ ପାଇଁ ବିଦ୍ୟୁତ-ଜଳ ବିଲ ଉପରେ ୫୦ ପ୍ରତିଶତ ଛାଡ଼ ନେଇ ଉପରାଜ୍ୟପାଳ ମଧ୍ୟ ଘୋଷଣା କରିଛନ୍ତି । ଏହି ଯୋଜନାରେ ପ୍ରାୟ ୯୫୦ କୋଟି ଟଙ୍କା ଖର୍ଚ୍ଚ ହେବ ଏହା ସହିତ ଏହି ଯୋଜନାର ବ୍ୟବଧାନ ୬ ମାସ ରହିବ ବୋଲି ସୂଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0