ଭଦ୍ରକ: ଭଦ୍ରକ ସହରରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଭଦ୍ରକ ସହରାଞ୍ଚଳର ୨୦ ନମ୍ବର ୱାର୍ଡର ବଡ଼ ଶଙ୍କରପୁରରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ହାଜର ଵିଵିଙ୍କର ତିନି ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଘରର ସମସ୍ତ ଲୋକ ସୁରକ୍ଷିତ ଭାବେ ବାହାରି ଆସିଥିଲେ, କିନ୍ତୁ ସେମାନେ ଘର ଭିତରେ ଥିବା କୌଣସି କିଛି ଜିନିଷପତ୍ର ବାହାର କରିପାରି ନଥିଲେ। ଘରେ ଥିବା ଲୁଗାପଟା, ଧାନଚାଉଳ, ଵାସନ, ଆସବାବପତ୍ର ଓ ଟଙ୍କା ଆଦି ଜଳି ଯାଇଥିବା ପୀଡ଼ିତ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ନିଆଁ ଲିଭାଇବାକୁ ଆସିଥିଲେ। ହେଲେ ସେତେବେଳକୁ ସବୁ କିଛି ଜଳିସାରିଥିଲା।



Visitors Today : 2
Total Visitors : 130441
Total Views : 9891973
Visitors Online Now : 0