କଟକ : କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ବିଜୁ ପଟ୍ଟନାୟକ ଛକସ୍ଥିତ ସନ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ଚାରି ଆଡେ ଖାଲି ଧୂଆଁମୟ ହୋଇ ରହିଛି । ହସ୍ପିଟାଲର ଉପର ମହଲାରେ ଲାଗିଛି ନିଆଁ । ନିଆଁ ଲିଭା କାମରେ ଲାଗିଛି ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ୫ରୁ ୭ ଦମକଳ ଗାଡି ନିୟୋଜିତ ଅଛନ୍ତି । ପା୍ରୟ ଅଧଘଣ୍ଟା ହେଲା ଜଳୁଛି ହସ୍ପିଟାଲ ଉପର ମହଲା । ମେଡିକାଲରେ ଥିବା ରୋଗୀଙ୍କୁ ବାହାରକୁ ନିଆଯାଇଛି । ଅମ୍ବୁଲାନ୍ସ ଜରିଆରେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ କଟକ ଡିସିପି ପ୍ରତିକ ସିଂ ଏବଂ ଜିଲ୍ଲାପାଳ ଓ ସିଏମସି କମିଶନର ଉପସ୍ଥିତ ଅଛନ୍ତି । ତେବେ ନିଆଁ ଲାଗିଥିବା କାରଣ ଅସ୍ପଷ୍ଟ ରହିଛି । ସୂଚନା ଦେଇଛନ୍ତି ସ୍ଥାନୀୟ କର୍ପୋରେଟର ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0