ଝାରସୁଗୁଡ଼ା: ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିବା ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ ଥିବା ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତିରିଶ ଲକ୍ଷ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଛି। ମୋବାଇଲ, ମୋବାଇଲ ଉପକରଣ, ଫ୍ରିଜ, ଲାପଟପ ପ୍ରଭୃତି ପୋଡ଼ି ଯାଇଥିବା ଜଣାଯାଇଛି। ମୋବାଇଲ ସହ ସମସ୍ତ ଆସବାବପତ୍ର ପୋଡ଼ିଯାଇଛି। ଗତକାଲି ରାତି ପ୍ରାୟ ୨ ଟାରୁ ୨.୩୦ ସମୟରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲା ପୁଲିସ ପେଟ୍ରୋଲିଂ କରୁଥିବା ଗାଡ଼ି। ପୁଲିସ ଦୋକାନରେ ନିଆଁ ଲାଗି ଜଳୁ ଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା। ଖବର ପାଇ ଦୁଇଟି ଦମକଳ ଗାଡ଼ି ଘଟଣା ସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ନିଆଁ ଆୟତ୍ତ ହେଲା ବେଳକୁ ଦୋକାନର ସମସ୍ତ ମୋବାଇଲ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ପ୍ରାୟ ୩୦ ଲକ୍ଷ ଟଙ୍କାର ମୋବାଇଲ, ମୋବାଇଲ ଉପକରଣ, ଫ୍ରିଜ, ଲାପଟପ ଜଳି ଯାଇଛି । ନିଆଁ କିପରି ଲାଗିଲା ତାହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0