ରାଉରକେଲା: ରାଉରକେଲାର ବାସନ୍ତୀ କଲୋନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ କଲୋନୀର ଦେବବ୍ରତ ମହାପାତ୍ରଙ୍କ ଘରେ କୗଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ରାତି ସାଢେ ଗୋଟାଏରେ ନିଆଁ ଲାଗିଥିବା ସୂଚନା ପାଇ ରାଉରକେଲା ଅଗ୍ନିଶମ ବିଭାଗ କର୍ମଚାରୀ ଓ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ବଡଧରଣର କ୍ଷୟକ୍ଷତିରୁ ବର୍ତ୍ତିଯାଇଛି ।ନିଆଁକୁ ଆୟତ୍ତ କରିଵା ସହ ପ୍ରଥମ ତାଲାରେ ନିଆଁ ଧାସରେ ଫସି ରହିଥିବା ଘର ମାଲିକ ଦେବବ୍ରତ ମହାପାତ୍ରଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡରେ କାର, ବାଇକ ଓ ତିନୋଟି ସାଇକେଲ ଜଳି ନଷ୍ଟ ହୋଇଯାଇଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0