spot_img

ଭୟାବହ ଅଗ୍ନିକାଣ୍ଡ, ୧ ଗାଈ ମୃତ, ୨ ଗାଈ ସମେତ ଜଣେ ବ୍ୟକ୍ତି ଗୁରୁତର

ବାଲିଅନ୍ତା: ଖୋର୍ଦ୍ଧା ବାଲିଅନ୍ତା ଥାନା ଅନ୍ତର୍ଗତ ଖମଙ୍ଗଶାସନ ଗାଁରେ ରବିବାର ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗୁହାଳ ଘର ସହ ୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥି ସହ ଗୁହାଳ ଭିତରେ ଥିବା ଗାଈଙ୍କ ଭିତରୁ ଗୋଟିଏ ଗାଈ ପ୍ରାଣ ହରାଇଥିବା ବେଳେ ୨ ଟି ଗାଈ ଗୁରୁତର ହୋଇଛନ୍ତି । ଗାଈଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବାଲିପାଟଣା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ମାତ୍ର ସେତେବେଳକୁ ଗୁହାଳ ଘର ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular