ଶୀତୁଆ ସକାଳରେ ନିଆଁର ସ୍ପର୍ଶ ନେଉଥିବା ବେଳେ ପୋଡିଲା ଘର ୫ବଖରା ଘର। ଏଭଳି ଏକ ଭୟାନକ ଅଗ୍ନିକାଣ୍ଡ ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା କାକୁଡିଆ ଗାଁରେ। ଏହି ଅଗ୍ନିକାଣ୍ଡରେ କାକୁଡିଆ ଗାଁର ମହେନ୍ଦ୍ର ସେଠି, ବିଚି ସେଠି,ପ୍ରଭାତ ସେଠି ଓ ସୁର ସେଠିଙ୍କର ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ସୂଚନାନୁଯାୟୀ, କାକୁଡିଆ ଗାଁର କିଛି ଲୋକ ସକାଳେ ଶୀତର ପ୍ରକୋପ ରୁ ରକ୍ଷା ପାଇବା ପାଈଁ ନିଆଁ ଲଗାଇ ଥିଲେ ହେଲେ ସେ ନିଆଁ କୁହୁଳିକି ଭୟଙ୍କର ରୂପ ନେଇଥିଲା, ଯାହା ଫଳରେ ୫ବଖରା ଘର ସମ୍ପୂର୍ଣ୍ଣ ଭାବରେ ଜଳିପୋଡି ଛାରଖାର ହୋଇଯାଇଛି। ଘରେ ଥିବା ଆନୁମାନିକ। ୨୫ ହଜାର ଟଙ୍କା ସହ ଧାନ ଚାଉଳ ଓ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ ଜଳି ପାଉଁଶ ହୋଇ ଯାଇଛି। ତେବେ ଖବର ପାଇ ନରସିଂହପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0