spot_img

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଭଦ୍ରକ ଭୟାବହ ଅଗ୍ନିକାଣ୍ଡ । କଲେଇ ପଞ୍ଚାୟତ ବଲଜିତପଡାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୪ଟି ପରିବାରର ୧୦ରୁ ଅଧିକ ବଖରା ଧ୍ୱଂସ ହୋଇଛି । ଘରେ ଥିବା ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ ପୋଡ଼ି ଯାଇଛି । ନିଆଁ ଏତେ ଶୀଘ୍ର ବ୍ୟାପିଲା ଯେ, ଘର ଭିତରୁ କୌଣସି ଜିନିଷ କାଢ଼ିବା ସମ୍ଭବପର ହେଲାନି । ବଲଜିତପଡାର ଲକ୍ଷ୍ମୀ ଧର ସ୍ୱାଇଁ, ସୁରେନ୍ଦ୍ର ସ୍ୱାଇଁ, ଦେବେନ୍ଦ୍ର ସ୍ୱାଇଁ, ବବିଲତା ସ୍ୱାଇଁ ଓ ଅନିଲ ସ୍ୱାଇଁଙ୍କ ଘରଦ୍ୱାର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ରାତ୍ରୀରେ ଭଦ୍ରକରୁ ଦମକଳ ଗାଡି ଆସି ନିଆଁ ଲିଭାଇଥିଲେ ବି ୪ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular