ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମ୍ୟୁଜିକ ଆନୁକୂଲ୍ୟରେ ବାଲୁଗାଁ ପାଟଣା ସାହି ଜଗନ୍ନାଥ ମନ୍ଦିରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା l ଅନୁଷ୍ଠାନ ର ସଭାପତି ପ୍ରଶାନ୍ତ ଦାଶ ଓ ସମ୍ପାଦକ ଜିତେନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ସଭାରେ ବଡକୁଳ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା (ମୁଖ୍ୟ ଅତିଥି ), ପ୍ରାକ୍ତନ ଶିକ୍ଷକ ଭାଗିରଥି ସ୍ୱାଇଁ (ମୁଖ୍ୟ ବକ୍ତା), ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର କାର୍ୟ୍ୟକାରୀ ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ l ଉକ୍ତ ସଭାରେ ଓଡିଶୀ ଓ ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ ଗୁରୁ ପ୍ରଫୁଲ୍ଲ ମାଝୀ, ସଂଗୀତ ନିର୍ଦ୍ଧେଶକ ଗୁରୁଜୀ ନିରଞ୍ଜନ ମିଶ୍ର,ବଂଶୀ ଓ ସାହାନାଇ ବାଦକ ରଙ୍କନାଥ ବାରିକ ଓ କୁଳମଣି ମୁଦୁଲି ପ୍ରମୁଖ କଳାକାର ନିଜ ନିଜ କଳାର ପ୍ରଦର୍ଶନ କରିଥିଲେ l ଏହି କଳାକାର ମାନଙ୍କୁ ପ୍ରଶଂସା ପତ୍ର ସହିତ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l



Visitors Today : 4
Total Visitors : 130422
Total Views : 9891952
Visitors Online Now : 0