ଚାନ୍ଦବାଲି: ବଙ୍ଗୋପସାଗର ଉପକୂଳଠାରୁ ୧୫କିମି ଦୂରରେ ଗଭୀର ସମୁଦ୍ର ମଝିରେ ଏକ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ଅକାତ ଜଳରାଶି ମଧ୍ୟରେ ପାରାଦୀପ ମେରାଇନ ସୀମାରେ ସୁଲୋଚନା -୨ ନାମକ ଏକ ଗିଲିଟିନ ବୋଟ ଗତ ୧୦ ତାରିଖ ରାତ୍ରି ସମୟରେ ମାଛ ମାରୁଥଲା । ତେବେ ଅନ୍ଧାର ମଧ୍ୟରେ ଚାନ୍ଦବାଲି ଧାମରା ଅଞ୍ଚଳର ଜମୁନା ନାମକ ଏକ ଟ୍ରଲର ସୁଲେଚନା ନାମକ ଉକ୍ତ ଗିଲିଟିନ ବୋଟର ବାମ ପାଶ୍ୱର୍ରେ ଖୁବ ଜୋରରେ ଧକ୍କା ଦେଇଥିଲା । ଏହା ଫଳରେ ବୋଟଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ ବୋଟ ମଧ୍ୟରେ ପାଣି ପଶିଯାଇଥିଲା । ତେବେ ବୋଟରେ ଥିବା ଡ଼୍ରାଇଭରଙ୍କ ସମେତ ୫ଜଣ ଧୀବର ଅକାତ ପାଣି ମଧ୍ୟରେ ଛିଟିକି ପଡ଼ିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ବୋଟରେ ଥିବା ପାଣିଡ଼୍ରମ ଧରି ଭାସୁଥିବା ବେଳେ ସୈାଭାଗ୍ୟବଶତଃ ଆଖପାଖରେ ମାଛ ମାରୁଥିବା ଅନ୍ୟ ବୋଟ ଏକ ଦୁର୍ଘଟଣା ଶବ୍ଦ ଶୁଣି ଲାଇଟ ମାରିବାରୁ ଅକାତ ଜଳରାଶିରେ ୫ଜଣ ମତ୍ସ୍ୟଜୀବୀ ଭାସୁଥିବା ଦେଖି ସେମାନଙ୍କୁ ଉଦ୍ଧାର କରିଥିଲେ । ଧାମରା ଅଞ୍ଚଳରୁ ୩ଗୋଟି ବୋଟ ସମୁଦ୍ର ମଧ୍ୟରୁ ଉକ୍ତ ବୋଟକୁ ଠାବ କରାଯାଇ ଦୀର୍ଘ ୧୫କିମି ଦୂର ଟାଣି ଟାଣି ଧାମରା ଅଞ୍ଚଳକୁ ଅଣାଯାଇଥିଲା। ପୁଲି ସାହାଯ୍ୟରେ ବୋଟକୁ ଉଦ୍ଧାର କରାଯାଇଛି କୂଳକୁ ଅଣାଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0