spot_img

କଇଁଫୁଲ ତୋଳା ହେଲା କାଳ : ଚାଲିଗଲା ଦୁଇ ଜୀବନ

କଥାରେ ଅଛି ମୃତ୍ୟୁ କେଉଁଠି କାହାକୁ ଅପେକ୍ଷା କରିଥିବ ସେ କଥା ସେଇ ବିଧାତାଙ୍କୁ ଜଣା | ଜୋରରେ ବୁଡ଼ିଗଲେ ଦୁଇ ଭାଇ। କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ଦୁଇ ଭାଇ। ଏପରି ଘଟଣା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଘଟିଛି | ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗାଁର କୁନି ଜେନାଙ୍କ ପୁଅ ବିଭୁତି ଜେନା(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟ ରଞ୍ଜନ ଜେନା(୧୭) କଇଁ ଫୁଲ ତୋଳିବାକୁ ବୈତରଣୀ ନଦୀର କୁଟୁରିଆଠାରେ ଥିବା ଜୋରକୁ ଯାଇଥିଲେ। କଇଁଫୁଲ ତୋଳୁଥିବା ବେଳେ ସେମାନେ ବୁଡ଼ିଯାଇଥିଲେ। ଜୋରରେ ଖୋଜିବାରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର ହୋଇଛି | ଦୀର୍ଘ ସମୟ ଧରି ଦୁଇ ଭାଇ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular