କୋର୍ଟ ପରିସରରେ ଓକିଲଙ୍କ ଉପରକୁ ଆଖିବୁଜା ଗୁଳିମାଡ। ଘଟଣାସ୍ଥଳରେ ହିଁ ଟଳି ପଡିଲେ ଓକିଲ। କୋର୍ଟର ତୃତୀୟ ମହଲାରୁ ଓକିଲଙ୍କ ମୃତଦେହ ଜବତ ହୋଇଛି। ଉତ୍ତରପ୍ରଦେଶର ଶାହଜହାଁପୁରର ଜିଲ୍ଲା କୋର୍ଟରେ ଘଟିଛି ଏଭଳି ଅଘଟଣ। ମୃତ ଓକିଲ ଜଣକ ହେଉଛନ୍ତି ଭୂପେନ୍ଦ୍ର ସିଂହ। ସେ ଆଜି କୋର୍ଟ ଭିତରେ ଥିବା ରେକର୍ଡ ରୁମ୍କୁ କୌଣସି କାମରେ ଯାଇଥିଲା। ସେହି ସମୟରେ ତାଙ୍କୁ ଉପରକୁ ଗୁଳିମାଡ ହୋଇଛି। ତାଙ୍କ ମୃତଦେହ ନିକଟରୁ ଏକ ବନ୍ଧୁକ ଏବଂ ଦୁଇଟି ଗୁଳି ମଧ୍ୟ ଜବତ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମୃତ ଓକିଲଙ୍କ ଜଣେ ସହକର୍ମୀଙ୍କ କହିବା ମୁତାବକ, ଆମେ ଏ ବିଷୟରେ ବିସ୍ତୃତ ଭାବରେ ଜାଣିନାହୁଁ | ଆମେ କୋର୍ଟରେ ଥିଲୁ, କେହି ଜଣେ ଆସି ଆମକୁ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯେତେବେଳେ ଆମେ ସେଠାକୁ ଗଲୁ, ସେତେବେଳେ ମୃତଦେହ ଏବଂ ତା’ ନିକଟରେ ଏକ ଦେଶି ବନ୍ଧୁକ ପଡିଥିବା ଦେଖିବାକୁ ମିଳିଥିଲା। ଭୂପେନ୍ଦ୍ର ପୂର୍ବରୁ ଏକ ବ୍ୟାଙ୍କରେ କାମ କରୁଥିଲେ। ଗତ ୪ରୁ୫ ବର୍ଷ ଧରି ସେ ଓକିଲ ଭାବରେ ଅଭ୍ୟାସ କରୁଥିଲେ। ଓକିଲ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିଲେ, ହଠାତ୍ ଏକ ଶବ୍ଦ ଶୁଣାଗଲା ଏବଂ ସେ ତଳେ ପଡ଼ିଯାଇଥିଲେ। ପୁଲସ କହିବା ମୁତାବକ, ଘଟଣା ସମୟରେ ତାଙ୍କ ଚାରିପାଖରେ ଅନ୍ୟ କୌଣସି ବ୍ୟକ୍ତି ଦେଖାଯାଇ ନ ଥିଲେ। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ସେନେଇ କିଛି ସ୍ପଷ୍ଟ ହୋଇନାହିଁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0