ନୂଆଦିଲ୍ଲୀ: ଏଥର ସପ୍ଟ କପିରେ ହେବ ବଜେଟ୍ । ଅର୍ଥାତ୍ ଚଳିତ ବର୍ଷ ବଜେଟ୍ ଦସ୍ତାବିଜ୍ ଆଉ ପ୍ରିଣ୍ଟ ହେବନାହିଁ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଜେଟ୍ ଦସ୍ତାବିଜଜ୍ ପ୍ରିଣ୍ଟ କରାଯିବ ନାହିଁ । ୧୯୪୭ ମସିହା ପରେ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଚଳିତ ବର୍ଷ ବଜେଟ୍ ଦସ୍ତାବିଜ ସଫ୍ଟ କପି ବ୍ୟବହାର କରିବାକୁ ଲୋକସଭା ଓ ରାଜ୍ୟସଭାର ସାଂସଦମାନଙ୍କୁ ସଚିବାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଏକ ଜାତୀୟ ଇଂଗ୍ରାଜୀ ଗଣମାଧ୍ୟମର ସୂଚନା ମୁତାବକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରିଣ୍ଟିଂ ପ୍ରକ୍ରିୟାକୁ ସ୍ଥଗିତ ରଖା ଯାଇଛି । କହିରଖୁ କି ଦେଶରେ ପ୍ରଥମଥର ପାଇଁ ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ୟୁନିୟନ ବଜେଟର ଦସ୍ତାବିଜ୍ ପ୍ରିଣ୍ଟ କରାଯାଇଥିଲା । ଏହାପରେ ପ୍ରତିବର୍ଷ ବଜେଟ ପାଇଁ ଦସ୍ତାବିଜ୍ ପ୍ରିଣ୍ଟ ହୋଇ ଆସୁଥିଲା ।ପ୍ରତିବର୍ଷ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ହଲୱା ସମାରୋହର ଆୟୋଜନ କରାଯାଇଥାଏ । ଯେଉଁଥିରେ କି ବଜେଟ୍ ଦସ୍ତାବିଜ୍ ପ୍ରିଣ୍ଟ କାମରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ମାନଙ୍କୁ ଅର୍ଥମନ୍ତ୍ରୀ ହଲୱା ବାଣ୍ଟିଥା’ନ୍ତି । ଏହାପରେ ବଜେଟ୍ ସହିତ ଜଡିତ ସମସ୍ତ କାଗଜର ପ୍ରିଣ୍ଟିଂ କାମ ଆରମ୍ଭ ହୋଇଥାଏ । ଏହି ପ୍ରିଣ୍ଟିଂ ନର୍ଥବ୍ଲକର ବେସ୍ମେଣ୍ଟରେ କରାଯାଇଥାଏ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0