ମୁମ୍ବାଇ: ପରଲୋକେରେ ପୂର୍ବତନ ଭାରତୀୟ କ୍ରିକେଟର ଶଦାସିବ ରାଉଜୀ ପାଟିଲ । ଗତ ମଙ୍ଗଳବାର ଦିନ କୋହ୍ଲାପୁର ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ପାଟିଲ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଆଗ ଶ୍ରେଣୀର ଅଲରାଉଣ୍ଡର । ୧୯୫୫ ମସିହାରେ ସେ ଭାରତୀୟ କ୍ରିକେଟ ଦଳ ତରଫରୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଥିଲେ । ତାଙ୍କର ଖେଳ କ୍ୟାରିୟର ମଧ୍ୟରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ଏହି ମ୍ୟାଚରେ ସେ ଓପନିଙ୍ଗ କରିବା ସହିତ ବୋଲିଂ ମଧ୍ୟ କରିଥିଲେ । ସେହି ମ୍ୟାଚ ପରେ ସେ ଆଉ ଭାରତୀୟ ଦଳରେ ଖେଳିବାକୁ ସୁଯୋଗ ପାଇନଥିଲେ । ତାଙ୍କର ଏପରି ଅକାଳ ବିୟୋଗରେ ସମସ୍ତ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0