ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ ଓ ଜେଏମଏମର ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ ବିଜେଡିରେ ଯୋଗ ଦେଇଛନ୍ତି। ଉଭୟଙ୍କ ସହିତ ଅନ୍ୟ ନେତା ଓ କର୍ମୀ ବି ସାମିଲ ହୋଇଛନ୍ତି। ୨୦୦୯ ଓ ୨୦୧୪ ରେ ଜଶିପୁରରୁ ଜେଏମଏମର ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମହେଶ ହେମ୍ବ୍ରମ। ୨୦୧୯ରେ ସେ ସାରସକଣାରୁ ପ୍ରତିଦ୍ବନ୍ଦିତା କରିଥିଲେ। ରାମଚନ୍ଦ୍ର ମୁର୍ମୁ ୨୦୧୯ରେ ଜେଏମଏମ୍ ଟିକଟରେ ରାଇରଙ୍ଗପୁରରୁ ବିଧାନସଭା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ସଧାରଣ ସମ୍ପାଦକ ଗୋବିନ୍ଦ ସୋରେନ ଓ କୁସୁମୀ ବ୍ଲକର ଅଧ୍ୟକ୍ଷା ଚନ୍ଦ୍ରିକା ଟୁଡୁ ବି ବିଜେଡିରେ ସାମିଲ ହୋଇଛନ୍ତି। ଏହାଛଡ଼ା ବହୁ ସଂଖ୍ୟାରେ ଜେଏମଏମର ତୃଣମୂଳ ନେତା ବିଜେଡିର ସାମିଲ ହୋଇଛନ୍ତି।
ବିଜେଡି କାର୍ଯ୍ୟାଳୟରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଦେବାଶିଷ ମାରାଣ୍ଡି ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0