କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବାରମ୍ବାର ହାତ ଧୋଇବାକୁ କୁହାଯାଇଥିଲା | କୋଭିଡରୁ ରକ୍ଷା ପାଇଁ ହାତ ଧୁଅନ୍ତୁ । ଘରେ, ବାହାରେ, ଫୋନରେ ଏବଂ ଟେଲିଭିଜନ୍ ଓ ଖବରକାଗଜରେ ବିଜ୍ଞାପନ ଦେଇ ହାତ ଧୋଇବାକୁ ଏତେ କୁହାଗଲା ଯେ ବର୍ତ୍ତମାନ କେତେକଙ୍କ କ୍ଷେତ୍ରରେ ହାତଧୁଆ ଏକ ମାନସିକ ରୋଗରେ ପରିଣିତ ହୋଇଛି । ୫ ବର୍ଷର ଶିଶୁଠୁ ନେଇ ବୟସ୍କ ପର୍ଯ୍ୟନ୍ତ ଏଭଳି ରୋଗୀ ନିୟମିତ ଏମ୍ସ ମନସ୍ତତ୍ୱ ବିଭାଗକୁ ଆସୁଛନ୍ତି ।ଏମ୍ସ ମନସ୍ତତ୍ୱ ବିଭାଗ ବିଶେଷଜ୍ଞ ଡ.ଦେବଦତ୍ତା ମହାପାତ୍ର କହିଛନ୍ତି, ଜଣେ ବ୍ୟକ୍ତି ବାରମ୍ବାର ହାତ, ଗୋଡ଼ କିମ୍ବା ଘର ଧୋଇବା ଏକ ମାନସିକ ରୋଗ । ୫ ବର୍ଷର ପିଲାମାନେ ବି ଏବେ ଏଭଳି ଲକ୍ଷଣ ନେଇ ଆସୁଛନ୍ତି । ଏପରିକି ସେମାନଙ୍କ ମନରେ ବସା ବାନ୍ଧିଛି, କୌଣସି ସ୍ଥାନରେ କିଛି ଛୁଇଁ ଦେଲେ ମଧ୍ୟ କରୋନା ହୋଇଯିବ । ପୂର୍ବରୁ ଏହି ଲକ୍ଷଣ ଥିବା ବ୍ୟକ୍ତିଙ୍କ ରୋଗ ଜଟିଳ ହୋଇଛି । କିନ୍ତୁ ଯେଉଁମାନଙ୍କର ଆଦୌ ଏଭଳି ଲକ୍ଷଣ ନଥିଲା, ସେମାନଙ୍କ କ୍ଷେତ୍ରରେ ବି ଏହା ବଢିଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0