ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ମଧ୍ୟରେ ୧୦୫୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇ ସାରିଲାଣି।। ପ୍ରେସମିଟରେ ଏନେଇ ତଥ୍ୟ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ। ଅପରପକ୍ଷେ ଗଞ୍ଜେଇ ଧରିବାରେ ଇସ୍ରୋ ସାହାଯ୍ୟ କରୁଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଏବେ ଅଧିକ ପରିମାଣର ଗଞ୍ଜେଇ ଜବତ ହୋଇପାରୁଥିବା କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ। ସୂଚନା ଅନୁଯାୟୀ, ଗତ ୧୦ ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ଗଞ୍ଜେଇ ସିଜ ହୋଇଛି। ଗତ ୫ ବର୍ଷର ହାରାହାରି ରିପୋର୍ଟ ଦେଖିଲେ ବର୍ଷକୁ ୪୧୪ କୁଇଣ୍ଟାଲ ଗଞ୍ଜେଇ ସିଜ ହୋଇଛି। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ ୧,୦୫୪ କୁଇଣ୍ଟାଲ ସିଜ ହୋଇଛି। କୋରାପୁଟରୁ ୪୧୩ କୁଇଣ୍ଟାଲ, ମାଲକାନଗିରିରୁ ୨୪୦ କୁଇଣ୍ଟାଲ ଓ ଗଜପତି ଜିଲ୍ଲାରୁ ୧୨୬ କୁଇଣ୍ଟାଲ ଗଞ୍ଜେଇ ସିଜ୍ ହୋଇଛି। ଏପରି ସଫଳତା ପାଇଁ ୩ ଜିଲ୍ଲାର ଏସପିଙ୍କୁ ଡିଜିପିଙ୍କ ପକ୍ଷରୁ ପ୍ରଶଂସା ପତ୍ର ପଠାଯାଇଛି। ଏହାବ୍ୟତୀତ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗଞ୍ଜେଇ ପରି ନିଶା ଦ୍ରବ୍ୟ ଧରିବାରେ ବହୁ ମାତ୍ରାରେ ସାହାଯ୍ୟ କରୁଛି ଇସ୍ରୋ। କେଉଁଠି ଚାଷ ହେଉଛି ଇସ୍ରୋ ସାଟେଲାଇଟ ସେ ସମ୍ପର୍କରେ ତଥ୍ୟ ଦେଉଛି। ତେବେ ଗଞ୍ଜେଇ ଅପେକ୍ଷା ଅଫିମ ଚାଷକୁ ଅପେକ୍ଷାକୃତ ଭଲ ଠାବ କରୁଛି ଇସ୍ରୋ। ଗଞ୍ଜେଇ ଚାଷ ସମ୍ପର୍କୀତ ସଠିକ ତଥ୍ୟ କିଭଳି ଖୁବ ଶୀଘ୍ର ପହଞ୍ଚି ପାରିବ, ତା’ ହେଲେ ଏପରି ନିଶା ଦ୍ରବ୍ୟ ଚାଲାଣ ହେବାକୁ ବହୁ ମାତ୍ରାରେ ରୋକାଯାଇ ପାରିବ, ସେଥି ନିମନ୍ତେ ଉଦ୍ୟମ ଚାଲିଛି ବୋଲି ପ୍ରେସମିଟ୍ରେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0