spot_img

ଡ୍ରଗ୍ସ କାରବାର ମାମଲା : ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ରହିଲା ଓ ତାଙ୍କ ଭଉଣୀ ଗିରଫ

ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ତଦନ୍ତ ଚଳାଇଥିବା ନାର୍କୋଟିକ କଣ୍ଟୋ୍ରଲ ବ୍ୟୁରୋକୁ ଏକ ବଡ ସଫଳତା ମିଳିଛି । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ଥିବା ରହିଲା ଓ ତାଙ୍କ ଭଉଣୀଙ୍କ ଘରେ ଚଢାଉ କରି ଏନସିବି ୨ ଶହ କେଜି ଗଞ୍ଜେଇ ଜବତ କରିଛି । ଏହାସହ ରହିଲା ଫନିର୍ଚର ବାଲା ଓ ଓ ତାଙ୍କ ଭଉଣୀକୁ ସାହିସ୍ତାଙ୍କୁ ଗିରଫ କରାଯାଇଛି । ଏନସିବିର ସୂଚନା ମୁତାବକ ଏନେଇ ତଦନ୍ତ ଜାରି ରହିଛି । ଏନସିବି ପକ୍ଷରୁ କୁହାଯାଇଛି କି ବାନ୍ଦ୍ରା ୱେଷ୍ଟରେ ଏକ କୋରିଅରରୁ ଗଂଜେଇ ଜବତ କରାଯାଇଛି । ଏହାପରେ ଅନୁସନ୍ଧାନ କରାଯାଇ କରନ ସଜନାନୀଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ସେଠାରୁ କିଛି ସୂଚନା ପାଇ ଏନସିବି ଦିୟାଙ୍କ ପୂର୍ବତନ ମ୍ୟାନେଜର ରହିଲା ଫର୍ନିଚର ବାଲାଙ୍କ ଘରେ ଚଢାଉ କରିଥିଲା । ରହିଲା ଓ ତାଙ୍କ ଭଉଣୀଙ୍କ ନିକଟରୁ ବି ଏନସିବି ବିପୁଳ ପରିମାଣର ଗଂଜେଇ ଜବତ କରିଥିବା ସୂଚନା ମଳିଛି । ଜବତ ହୋଇଥିବା ଗଞ୍ଜେଇ ଆନୁମାନିକ ୨ କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଇଛି । ସୂଚନା ମୁତାବକ କରନ ସଜନାନୀ ଜଣେ ବହୁତ ବଡ ବିଲଡର ଓ ସେ ଜଣେ ବି୍ରଟିଶ ନାଗରିକ । କରନ ମୁମ୍ବାଇ ସମେତ ଦେଶର ଅନେକ ସ୍ଥାନକୁ ଗଞ୍ଜେଇ ଯୋଗାଣ କରୁଥିଲେ । ତାଙ୍କ ଗଞ୍ଜେଇ କାରବାରରେ ରହିଲା ଓ ସାହିସ୍ତା ସହଯୋଗ କରୁଥିଲେ । ସଜନାନୀ ଏନସିବି ଆଗରେ ମାନିଛନ୍ତି କି ୩୧ ଡିସେମ୍ବର ନୂଆବର୍ଷ ପାର୍ଟିରେ ସେ ଅନେକ ଜାଗାରେ ଅନେକ ଲୋକଙ୍କୁ ଡ୍ରଗ୍ସ ଯୋଗାଇଥିଲେ । ଡ୍ରଗ୍ସ ଲିଙ୍କ ମାମଲାରେ ଜଣକ ପରେ ଜଣେ ସେଲିବ୍ରେଟିଙ୍କ ନା ପଦାକୁ ବାହାରୁଛି । ଏହାକୁ ନେଇ ଚିନ୍ତାରେ ପଡିଛି ଏନସିବି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular