spot_img

ଗଂଜାମ ବନ ବିଭାଗରେ ଦୁର୍ନିତି

ଗଂଜାମ: ଗଂଜାମ ବନ ବିଭାଗରେ ବଡ଼ ଦୁର୍ନିତି । କାମ ନକରି ଲୋକଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା । ଏହାକୁ ନେଇ ଜିଲ୍ଲାପାଳକୁ ଅଭିଯୋଗ କରିଛନ୍ତି ହିତାଧିକାରୀ । ଏଭଳି ଏକ ବଡ଼ ଘଟଣାର ଖୁଲାସା ହୋଇଛି ଗଂଜାମର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ବନ ବିଭାଗରେ । ବିଭାଗ ପକ୍ଷରୁ ବ୍ଲକର ବିଭିନ୍ନ ପଂଚାୟତରେ ବୃକ୍ଷରୋପଣ ନାମରେ ହୋଇଛି ଖୁଲମଖୁଲା ଦୁର୍ନିତି । ମନରେଗା ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ କରାଯାଇଥିବା ବେଳେ କାମ କରିନଥିବା ଲୋକମାନଙ୍କ ଆକାଉଣ୍ଟ କୁ ପଠାଯାଇଛି ମଜୁରି ବାବଦରେ ଅର୍ଥ । ଏନେଇ ନିମିନା ଗ୍ରାମର କିଛି ଚୁକ୍ତି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ସୁମଣ୍ଡଳ ବନ ବିଭାଗ ଅଧିକାରୀଣୀ ସସ୍ମିତା ଦଳବେହେରା ଙ୍କ ନାମରେ ବିଭିନ୍ନ ସ୍ଥାନରୁ ଅଭିଯୋଗ କରାଯାଉଛି ।

ମନରେଗା ଯୋଜନାରେ ଜବ୍ କାର୍ଡ଼ ହିତାଧିକାରୀଙ୍କୁ କାମ ଦିଆଯିବା ସହ ସେମାନଙ୍କ ବ୍ଲାଂକ୍ ଆକାଉଣ୍ଟ କୁ ସିଧାସଳଖ ମଜୁରୀ ବାବଦୀୟ ଅର୍ଥ ପଠାଇବାର ନିୟମ ରହିଛି । ତେବେ କାମ ନକରିବା ଲୋକଙ୍କ ଆକାଉଣ୍ଟକୁ କେଉଁ ଉଦେଶ୍ୟରେ ଟଙ୍କା ପଠାଗଲା ତାକୁ ନେଇ ଉଠିଛି ପ୍ରଶ୍ନ । ସବୁଜାଣି ଏଭଳି ଦୁର୍ନିତି କରୁଥିବା ସରକାରୀ ହିତାଧିକାରୀଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାକୁ ଅପେକ୍ଷା କରିଛି ଅଂଚଳବାସୀ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular