spot_img

ଯୁବତୀ ଚାଲାଣ ରାକେଟର ଫର୍ଦ୍ଦାଫାସ , ତିନି ଗିରଫ

ମୟୁରଭଂଜ : ଚାକିରି ଯୋଗାଇଦେବା ନାଁରେ ଚାଲିଛି ଯୁବତୀ ଚାଲାଣ। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଦୁଇଜଣ ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରିବା ପରେ ଯୁବତୀ ଚାଲାଣ ରାକେଟର ପର୍ଦାଫାସ ହୋଇଛି । ଜଣେ ଦଲାଲ ଦୁଇ ଜଣ ଯୁବତୀଙ୍କୁ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାମ ଯୋଗେଇଦେବାର ପ୍ରଲୋଭନ ଦେଖାଇ ଥିଲେ । ପରେ ଦୁଇ ଯୁବତୀଙ୍କୁ ଝାଡ଼ଖଣ୍ଡରୁ ଦିଲ୍ଲୀକୁ ଟ୍ରେନ ଯୋଗେ ନେଇଥିଲେ । ସେଠାରୁ ମଧ୍ୟପ୍ରଦେଶର ସେଓପୁର ସହରକୁ ନେଇ ରାକେଟର ମାଷ୍ଟର ମାଇଣ୍ଡ ମହିଳାଙ୍କୁ ହସ୍ତାନ୍ତର କରିଥିଲେ। ମହିଳା ଜଣକ ଯୁବତୀମାନଙ୍କୁ ଏକ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଝିଅଙ୍କ ସହ ଯୋଗାଯୋଗ ବିଛିନ୍ନ କରାଯିବାରୁ ପରିବାର ଲୋକଙ୍କ ସନ୍ଦେହ ପ୍ରକାଶ ହେବା ପରେ ଥାନାରେ ଏତଲା ଦେଇଥିଲେ । ଗୋରୁମହିଶାଣି ପୋଲିସ ଓ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ମୋବାଇଲ ଟ୍ରାକିଂ ଜରିଆରେ ମଧ୍ୟପ୍ରଦେଶର ସେଓପୁର ଅଞ୍ଚଳକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ପରେ ୩ ଜଣ ଦଲାଲ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ଗୋପିବଲ୍ଲବପୁର ଥାନା ଅଞ୍ଚଳର ରାକେଶ ରଣା , ସୁରଜ କୁଲିଆ ଓ ଦୀପକ ରଣାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular