spot_img

ପ୍ରଥମ ଦୁଇଟିରେ ବାବୁସାନ୍‌ଙ୍କ ନାୟିକା ବନିଥିବା ସୁପ୍ରିୟା ତୃତୀୟ ସିନେମାରେ ପାଇଥିଲେ ଅନୁଭବଙ୍କ ସାଥ

ଓଲିଉଡର ଜଣେ ଗ୍ଲାମରସ ନାୟିକା ଭାବେ ପ୍ରଥମ ସିନେମାରେ ଚର୍ଚ୍ଚାକୁ ଆସିଥିଲେ ସୁପ୍ରିୟା । ସେ ୨୦୧୬ ରେ ରିଲିଜ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ଲଭ ପାଇଁ କୁଚ୍ଚ ଭି କରେଗା ର ପ୍ରଥମ ଥର ପାଇଁ ନାୟିକା ବନିଥିଲେ ଏହି ଫିଲ୍ମରେ ବାବୁସାନଙ୍କ ନାୟିକା ଭାବେ ସୁପ୍ରିୟାଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ଅନ୍ୟମାନଙ୍କ ଭିତରେ ମିହିର ଦାସ ପ୍ରମୁଖ ଗୁରୁତ୍ୱପୁର୍ଣ୍ଣ ଭୁମିକାରେ ନଜର ଆସିଥିଲେ । ପ୍ରଥମ ସିନେମାରେ ବାବୁସାନ-ସୁପ୍ରିୟାଙ୍କ ଯୋଡି ଜମିଯାଇଥିଲା । ଲଭ ପାଇଁ କୁଚ୍ଚ ଭି କରୋଗା ର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।
ତା ପରେ ସୁପ୍ରିୟା ୨୦୧୮ରେ ରିଲିଜ ହୋଇଥିବା ଅନ୍ୟ ଏକ ଓଡିଆ ସିନେମା ଓନ୍‌ଲି ପ୍ୟାର ଜରିଆରେ ଓଲିଉଡକୁ କମ୍‌ବ୍ୟାକ କରିଥିଲେ ।ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଓଡିଆ ସିନେମାରେ ପୁଣି ଥରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭୁମିକାରେ ନଜର ଆସିଥିଲେ ସୁପ୍ରିୟା ।
ଏହାପରେ ସୁପ୍ରିୟାଙ୍କୁ ମିଳିଥିଲା ତୃତୀୟ ଓଡିଆ ସିନେମା ହେଲେ ଏଥର କିନ୍ତୁ ବାବୁସାନଙ୍କ ସାଥ ମିଳିନଥିଲା ତାଙ୍କୁ । ତୃତୀୟ ଓଡିଆ ସିନେମା ସୁପ୍ରିୟାଙ୍କର ନାୟକ ଥିଲେ ଅନୁଭବ । ସୁପ୍ରିୟାଙ୍କୁ ଯେଉଁ ସିନେମାରେ ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ତାର ଟାଇଟଲ ଥିଲା ବିଜୁ ବାବୁ । ଏହା ୨୦୧୯ ରେ ମୁକ୍ତିଲାଭ କରିଥିଲା । ଏବେ ତାଙ୍କ ହାତରେ କୌଣସି ନୁଆ ଓଡିଆ ସିନେମା ନଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular