ବାରଣାସୀ: କଥାରେ ଅଛି ମାନବ ଜୀବନ ହେଊଛି ଦୁଲ୍ଲଭ ଜୀବନ । ଭଗବାନ ୫୬କୋଟି ଜୀବଜନ୍ତୁ ତିଆରି କରିଛନ୍ତି । ସେଥିମଧ୍ୟରୁ ମାନବକୁ ହିଁ ସବୁଠୁ ଶ୍ରେଷ୍ଠ ବୋଲି ମକେରାଯାଉଛି । କୁହା ଯାଏକି କୋଟି ପୂର୍ଣ୍ଣ୍ୟ କଲେ ଏହି ଜୀବନ ମିଳିଥାଏ । ଭଗବାନ ନିଜେ ମଧ୍ୟ ଏହି ଜୀବନକୁ ଭଲପାଇଥାନ୍ତି, ସେଥିପାଇଁତ ସେ ନିଜେ ମଧ୍ୟ ମାନବ ରୂପରେ ଧରାପୃଷ୍ଠରେ ଅବତରଣ କରିଥାନ୍ତି । ମାନବୀୟ ଲୀଳାଖେଳା କରି ସମସ୍ତ ରୀତି ନିତିକୁ ବି ନିଜେପାଳନ କରନ୍ତି ।

ଗ୍ରୀଷ୍ମରେ ଅତ୍ୟଧିକ ଗରମ ହେତୁ ଚାପ ଖେଳନ୍ତି । ଠିକ ସେହିପର ଶୀତ ଦିନେ ମଧ୍ୟ ତାଙ୍କୁ ଅଧିକ ଶୀତ ହୋଇଥାଏ । ମଣିଷ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଗରମ ପୋଷାକ ପିନ୍ଧିଥାନ୍ତି । ସେହିପରି ଭଗବାନ ମଧ୍ୟ ଶୀତରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ପରିଧାନ କରନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ଏହା ସତ ।

ତେବେ ନିକଟରେ ଉତ୍ତର ପ୍ରଦେଶର ବାରଣାସୀ ମନ୍ଦିରରେ ଅଧିକ ଶୀତ ଯୋଗୁଁ ଭଗବାନଙ୍କୁ ସେବାୟତମାନେ ସ୍ୱିଟର ପରିଧାନ କରାଇବା ସହ କମ୍ବଳ ମଧ୍ୟ ପରିଧାନ କରାଇଛନ୍ତି । ସେହିପରି ଲୋହଟିଆରରେ ଥିବା ପ୍ରାଚୀନ ଗଣେଶ ମନ୍ଦିରରେ ମଧ୍ୟ ପ୍ରଭୁ ଗଣେଶଙ୍କୁ ଶୀତରୁ ରକ୍ଷା କରିବାପାଇଁ ସେବାୟତ ମାନେ ରେଜାଇ ଘୋଡ଼ାଇ ଥାନ୍ତି । ଗଣେଶ ମନ୍ଦିର ନକଟରେ ଥିବା ରାମକୃଷ୍ଣଙ୍କ ମନ୍ଦିରରେ ମଧ୍ୟ ପ୍ରଭୁଙ୍କୁ ରେଶମ ପୋଷାକରେ ଆଛାଦିତ କରାଯାଇଛିି ।

ଯେପରି ଜଣେ ମନୁଷ୍ୟ ନିଜର ମୁତାବକ ଗରମ ପୋଷାକ ପିନେ୍ଧ ଠିକ ସେହିପରି ଭଗବାନଙ୍କୁ ସ୍ୱିଟେରଠୁ ଆରମ୍ଭ କରି ଟୋପି ମଧ୍ୟ ପିନ୍ଧାଯାଇଛି । ତେବେ ଏନେଇ କାଶୀ ଭକ୍ତମାନେ କୁହନ୍ତି ଯେ ଯଦି ଭକ୍ତମାନେ ଥଣ୍ଡା ଅନୁଭବ କରନ୍ତି ତେବେ ଭଗବାନ ମଧ୍ୟ ଅନୁଭବ କରୁଛନ୍ତି । ଏବେ ଦେଶରେ ଶୀତର ଲହରି ଚାଲିଥିବା ବେଳେ ବାରଣାସୀରେ ସର୍ବନିମ୍ନ ତାପମାତ୍ର ୬ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0