ପୁରୀ: ପୁରୀ ଜିଲ୍ଳା ସାତପଡ଼ାରେ ମେ ଫେୟାର ହୋଟେଲ ଆଣ୍ଡ ରିସର୍ଟ ଲିମିଟେଡ୍ ଗଲ୍ଫ ରିସର୍ଟ ହେବ ବୋଲି ପ୍ରଶାସନ ଜମି ଯୋଗାଇ ଦେବ। ଲ୍ୟାଣ୍ଡ ଆଲଟମେଣ୍ଡ କମିଟି ବୈଠକରେ ଏନେଇ ଇଡ୍କୋ ନିଷ୍ପତ୍ତି ନେଇଛି। ଏହି ରିସର୍ଟ କରିବା ନିମନ୍ତେ ପ୍ରାୟ ୧୬ ଏକର ଜମି ଆବଶ୍ୟକ ରହୁଥିବାବେଳେ ବ୍ୟୟ ଅଟକଳ ୧୨୫ କୋଟି ରହିଛି ।ଉକ୍ତ ବୈଠକରେ ମୋଟ ୬ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ରିସର୍ଟ ନିର୍ମାଣ ମଧ୍ୟରେ ଗୋଟିଏ ପ୍ରକଳ୍ପ ଅନୁମୋଦିତ ହୋଇଛି । ସେଠାରେ ଅତି ବିଳାସପୂର୍ଣ୍ଣ ୧୨୫ ରୁମ୍, ବୈଠକ ଘର, ଗଲ୍ଫ ଖେଳିବା ବ୍ୟବସ୍ଥା, ଇନ୍ଡୋର ୱାର୍ଟର ସ୍ପୋର୍ଟସ ବ୍ୟବସ୍ଥା, କ୍ରାଫ୍ଟ ଭିଲେଜ ଏବଂ ରେଷ୍ଟୁରାଣ୍ଟ ପ୍ରଭୃତି ହେବ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କୁ କର୍ମସଂସ୍ଥାନ ଦେବାରେ ସହାୟକ ହେବ ବୋଲି କୁହଯାଉଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0