spot_img

ନୁ୍ୟଜଲାଣ୍ଡରେ ଖୋଲିଲା ସିନେମା ହଲ , ପ୍ରଥମେ ରିଲିଜ ହେଲା ଅଜୟ ଦେବଗନଙ୍କ ଏହି ଫିଲ୍ମ

କରୋନା ଭାଇରସ୍ ପାଇଁ ଦେଶରେ ବନ୍ଦ ରହିଥିଲା ସବୁ ସିନେମା ହଲ । କିନ୍ତୁ ଧୀରେ ଧୀରେ କରୋନାର ପ୍ରକୋପ କମ ଥିବା କିଛି ସ୍ଥାନରେ ସିନେମା ହଲ ଖୋଲା ଗଲାଣି । କିଛି ଦେଶମାନଙ୍କ ମଧ୍ୟରୁ ନ୍ୟୁଜଲ୍ୟାଣ୍ଡ ସେହି ଦେଶ ଯେଉଁଠାରେ କରୋନା ମୁକ୍ତ ହେବାରେ ଲାଗିଛି । ଆଗଭଳି ଜନଜୀବନ ସୁଧୁରିବାରେ ଲାଗିଛି । ଏପରି ସମୟରେ ଭାରତ ସିନେମା ପାଇଁ ଏକ ଖୁସି ଖବର ଆସିଛି । ବଲିଉଡର ଜଣାଶୁଣା ନିର୍ଦେଶକ ରୋହତି ସେଟ୍ଟୀଙ୍କ ନିର୍ଦେଶିତ ଫିଲ୍ମ ‘ଗୋଲମାଲ ଏଗେନ’ ଯାହା ନୁ୍ୟଜଲାଣ୍ଡରେ ରିଲିଜ ହୋଇଛି। ରିପୋର୍ଟ ଅନୁଯାୟୀ ନ୍ୟୁଜଲ୍ୟାଣ୍ଡରେ ସିନେମା ହଲ ଖୋଲିବା ପରେ ଏହା ପ୍ରଥମ ଫିଲ୍ମ ଯାହା ଦର୍ଶକଙ୍କର ଖୁବ ମନୋରଞ୍ଜନ କରିପାରିବ । ସୂଚନା ଅନୁଯାୟୀ ଏହି ଫିଲ୍ମର ନିର୍ମାତା କମ୍ପାନୀ ରିଲିଆନ୍ସ ଏଣ୍ଟେରଟେନମେଣ୍ଟ ନିଜ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଗୋଲମାଲ ଏଗେନଯାହା ରୋହତି ସେଟ୍ଟୀଙ୍କ ୪ର୍ଥ ସିନେମା, ଯାହା ୨୦୧୭ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଅଜୟ ଦେବଗନ, ଅରସଦ ବାରସି ,ଶ୍ରୀୟାସ ତଲପଡ଼େ ,କୁନାଲ ଖେମୁ,ତୁଷାର କପୁର୍, ପରିଣିତୀ ଚୋପ୍ରା ଏବଂ ତବୁଙ୍କ ପରି ଜଣାଶୁଣା କଳାକାର ନଜର ଆସିଥିଲେ । ଏହି ଫିଲ୍ମ ରିଲିଜ୍ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତିନି କୋଟି ଟଙ୍କାରୁ ଅଧିକ ଆୟ କରିପାରିଛି । ବର୍ତ୍ତମାନ କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନରୁ କୋହଳ ମିଳିବା ପରେ ଏହି ଫିଲ୍ମ ନ୍ୟୁଜଲ୍ୟାଣ୍ଡର ସିନେମା ହଲରେ ଧମାଲ୍ ସୃଷ୍ଟି କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular