ଆପଣ ଯଦି ଦୋଷା ଖାଇବାକୁ ପସନ୍ଦ କରନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଦୋଷା ଖାଇଲେ ମିଳୁଛି ୭୧୦୦୦ ଟଙ୍କାର ପୁରସ୍କାର । କିନ୍ତୁ ଏଥିପାଇଁ ଗୋଟିଏ ସର୍ତ୍ତ ରହିଛି । ସର୍ତ୍ତ ଅନୁସାରେ ଦୋଷାଟିକୁ ୪୦ ମିନିଟରେ ଖାଇବାକୁ ପଡିବ ।ଦିଲ୍ଲୀର ଉତ୍ତମନଗରରେ ‘ସ୍ୱାମୀ ଶକ୍ତି ସାଗର’ନାଁରେ ଏକ ରେଷ୍ଟୁରାଣ୍ଟ ଅଛି । ଏଠାରେ ଗ୍ରାହକଙ୍କୁ ଦିଆଯାଉଛି ‘ଦୋଷା ଅଫର’ । ଏହି ଚ୍ୟାଲେଞ୍ଜକୁ ପୁରା କଲେ ଗ୍ରାହକଙ୍କୁ ମିଳୁଛି ୭୧ ,୦୦୦ ଟଙ୍କା । କିନ୍ତୁ ଜାଣିରଖନ୍ତୁ ଏହା କିଛି ସାଧାରଣ ଦୋଷା ନୁହେଁ । ବରଂ ୧୦ ଫୁଟ ଲମ୍ବର ଦୋଷା । ଗ୍ରାହକଙ୍କ ପାଇଁ ଏହି ଅଜବ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି ରେଷ୍ଟୁରାଣ୍ଟ ମାଲିକ । ଏହି ରେସ୍ତୋରାଁରେ ଗ୍ରାହକ ଙ୍କୁ ୭୧୦୦୦ ଟଙ୍କା ପୁରସ୍କାର ମିଳିବ ଯଦି ସେ ମାତ୍ର ୪୦ ମିନିଟରେ ୧୦ ଫୁଟର ଦୋଷାକୁ ସମ୍ପୂର୍ଣ୍ଣ ଭାବେ ଖାଇପାରିବେ ।
୧୦ ଫୁଟର ଦୋଷାକୁ ୪୦ ମିଟନରେ ସମ୍ପୂର୍ଣ୍ଣ ଭାବେ ଖାଇଲେ ଗ୍ରାହକଙ୍କୁ ଚେକ୍ ଆକାରରେ ଏହି ଟଙ୍କା ମିଳିବ ବୋଲି ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି । ପୂର୍ବରୁ ଏଠାରେ ୫ ଫୁଟ ଓ ୬ ଫୁଟର ଦୋଷା ମିଳୁଥିବାବେଳେ ଏବେ ଏଠାରେ ୧୦ ଫୁଟ ଲମ୍ବର ଦୋଷା ମିଳୁଛି । ଏହି ଦୋଷା ଖାଇବାକୁ ରେଷ୍ଟୁରାଣ୍ଟରେ ଭିଡ ଜମୁଥିବାବେଳେ ଏଯାଏଁ ମାତ୍ର ୨୬ଜଣ ଗ୍ରାହକ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ହେଲେ ଏହାକୁ କେହି ଏଯାଏଁ ଜିତିପାରିନାହାଁନ୍ତି । ଏହି ଦୋଷା ଚ୍ୟାଲେଂଜ ପାଇଁ ବୁ ସ୍ଥାନରୁ ଫୋନ୍ ଆସୁଛି । ଏହି ଦୋଷାର ମୂଲ୍ୟ ରହିଛି ୧୫୦୦ ଟଙ୍କା । ସୁରେନ୍ଦ୍ର ଗୁପ୍ତା ନାମ ଜଣେ ଗ୍ରାହକ ଚ୍ୟାଲେଞ୍ଜ ଗ୍ରହଣ କରି ଦୋସା ଖାଇବା ଆରମ୍ଭ କରିଥିଲେ। ହେଲେ ସେ ଏହାକୁ ଏକାକୀ ଖାଇ ପାରି ନଥିଲେ। ଫଳରେ ତାଙ୍କର ପୂରା ପରିବାର ଏହାକୁ ଖାଇ ଶେଷ କରିଛନ୍ତି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0