ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ କିଛି ଜିଲ୍ଲାରେ ଏବେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ସ୍ଥିତିକୁ ଦେଖି ରାଜ୍ୟ ସରକାର ବନ୍ୟା ପରିଚାଳନା ପାଇଁ ୬ଜଣ ଓଇଝ ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଜିଲ୍ଲାରେ ବନ୍ୟା ସ୍ଥିତି ଓ ପରିଚାଳନା ନେଇ ଦାୟିତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦାୟିତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଓ ପରିଚାଳନା ନେଇ ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଜଗତସିଂହପୁର ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁଙ୍କୁ ଦାୟିତ୍ୱ, କଟକ ଜିଲ୍ଲା ପାଇଁ ବି.କେ ସିଂହଙ୍କୁ ଦାୟିତ୍ୱ , କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ , ଭଦ୍ରକ ଜିଲ୍ଲା ପାଇଁ ବିଷ୍ଣୁପ୍ରସାଦ ସେଠୀ, ପୁରୀ ଜିଲ୍ଲା ପାଇଁ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କୁ ଦାୟିତ୍ୱ , ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲା ପାଇଁ ଭି.ଭି ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0