spot_img

ଆସନ୍ତା ୩ ମାସ ପାଇଁ କୋଭିଡ କେୟାରରେ ମିଳିବ ନିଯୁକ୍ତି

କୋଭିଡ କେୟାର ହୋମରେ ନିଯୁକ୍ତି ହେବେ ସ୍ୱାସ୍ଥ୍ୟକର୍ମୀ । ଆସନ୍ତା ୩ ମାସ ପାଇଁ ନିଯୁକ୍ତି ମିଳିବ । ଏଏନଏମଙ୍କୁ ମିଳିବ ନିଯୁକ୍ତି । ସମୁଦାୟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ । ପ୍ରତ୍ୟେକ ପଂଚାୟତରେ କୋଭିଡ କେୟାର ହୋମ ହେବ । ନିଯୁକ୍ତି ନେଇ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ୬ ହଜାର ୭୯୮ ଗ୍ରାମପଂଚାୟତରେ ସମୁଦାୟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ । ନିଯୁକ୍ତି ପାଇନଥିବା ତାଲିମପ୍ରାପ୍ତ ଏଏନଏମଙ୍କୁ ମଧ୍ୟ ମିଳିବ ଏହି ନିଯୁକ୍ତି । ଏଥିପାଇଁ ଏଏନଏମଙ୍କୁ ପ୍ରତିଦିନ ୮୫୦ ଟଙ୍କା, ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ହଜାରେ ଟଙ୍କା ମିଳିବ ।

ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ହସ୍ପିଟାଲ୍ ନିଆ ନଯାଇ ପ୍ରଥମେ କୋଭିଡ୍ କେୟାର ହୋମ୍ରେ ରଖାଯିବ। ଟେଷ୍ଟ ରିପୋର୍ଟ ପଜିଟିଭି ଆସିବା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରୀତ କରାଯିବ। ବର୍ତ୍ତମାନର ଗାଁ କଲ୍ୟାଣ ସମିତି ଏହି କୋଭିଡ୍ ପରିଚାଳନା କମିଟିର ଦାୟିତ୍ୱ ନିର୍ବାହ କରିବେ। ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ। କୋଭିଡ୍ କେୟାର ହୋମ୍ ଓ ଟିଏମ୍ସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ। ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular