କୁକୁରଟିଏ ମଲେ ବି ଦିଲ୍ଲୀର ନେତାମାନେ ଶୋକବାର୍ତ୍ତା ପଠାଉଛନ୍ତି କିନ୍ତୁ, ୩ଟି ବିବାଦୀୟ କୃଷି ଆଇନ ବିରୋଧରେ ପ୍ରତିବାଦ କରି ମୃତ୍ୟୁ ବରଣ କରିଥିବା ୬୦୦ କୃଷକଙ୍କ ପାଇଁ ସେମାନେ ବ୍ୟସ୍ତ ନୁହନ୍ତି ବୋଲି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ମେଘାଳୟର ରାଜ୍ୟପାଳ ସତ୍ୟପାଲ୍ ମଲିକ କହିଛନ୍ତି। ପ୍ରାଣୀଟିଏ ମଲେ ଦିଲ୍ଲୀ ନେତାମାନଙ୍କ ଠାରୁ ଶୋକବାର୍ତ୍ତା ଆସୁଛି। ଆମ କୃଷକମାନଙ୍କ ମଧ୍ୟରୁ ୬୦୦ଜଣ ସହିଦ ହୋଇଗଲେ କିନ୍ତୁ, ଦିଲ୍ଲୀରୁ ବାର୍ତ୍ତା ଆସିଲା ନାହିଁ। ଦିଲ୍ଲୀରେ ଶାସନ କରୁଥିବା ନେତାମାନେ ଥାଇ କି ଲାଭ? ଜୟପୁରର ବିର୍ଲା ଅଡିଟରିୟମ୍ରେ ରବିବାର ଦିନ ଜୟପୁରର ‘ତେଜା ଫାଉଣ୍ଡେସନ୍’ ଆୟୋଜିତ କାର୍ଯ୍ୟକ୍ରମରେ ମଲିକ କହିଲେ, ଆଜି ପର୍ଯ୍ୟନ୍ତ ଏ ଭଳି ବଡ଼ ଧରଣର ଆନ୍ଦୋଳନ ହୋଇନାହିଁ। ଏଯାବତ୍ କୃଷକମାନଙ୍କ ଆନ୍ଦୋଳନରେ ୬୦୦ ବ୍ୟକ୍ତି ସହିଦ ହେଲେଣି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0