spot_img

ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା

ପୁରୀ : ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା । ଆଜିଠୁ ଜିଲ୍ଲାପ୍ରଶାସନ ତରଫରୁ ଏହି କଟକଣା ହଟାଯାଇଛି । ହେଲେ କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ କଟକଣା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାରେ ସଂକ୍ରମଣ କମିଥିବାରୁ କଟକଣା ହଟାଯାଇଛି । ହେଲେ ଶବ ଶକ୍ରାର ବେଳେ କୋଭିଡ କଟକଣା ମାନିବାକୁ ନିର୍ଦେଶ ଦିଆଯାଇଛି । ଶବଦାହ ବେଳେ ସ୍ୱର୍ଗଦ୍ୱାର ୨୦ରୁ ଅଧିକ ଲୋକ ଯାଇପାରିବେ ନାହିଁ । ଏବଂ ଯେଉଁମାନେ ଶବଦାହରେ ସାମିଲ ହେବେ ସେମାନଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ ରହିବ । ପୂର୍ବରୁ କରୋନା ଯୋଗୁଁ ସ୍ୱର୍ଗଦ୍ୱାରରେ ଶବଦାହକୁ ବନ୍ଦ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular