spot_img

୩ଟି ଗୁଟଖା ଫ୍ୟାକ୍ଟ୍ରି ଉପରେ GST ରେଡ୍

ସମ୍ବଲପୁର : ସମ୍ବଲପୁରରେ ଘରୋଇ ଗୁଟଖା କମ୍ପାନୀର ବିଭିନ୍ନ ଫ୍ୟାକ୍ଟ୍ରି ଉପରେ ଜିଏସଟି ଷ୍ଟେଟ୍ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଚଢ଼ାଉ କରିଛି । ତିନୋଟି ସ୍ଥାନରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଛାପା ମାରିଛି | ଶାସନଠାରେ ଥିବା କେ ପି .ସୁଗନ୍ଧ ,  ନାରାୟଣୀ ଟ୍ରେଡିଙ୍ଗ ଓ କେ.ୱାଇ ତମ୍ବାଖୁ ପ୍ରଡକ୍ଟ ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଛି ।

222

ଜାଲ କାଗଜପତ୍ର ତିଆରି କରି ଏସବୁ କମ୍ପାନୀ GST ଫାଙ୍କୁଥିବା ଅଭିଯୋଗ ଆସିବା ପରେ  ଚଢ଼ାଉ କରାଯାଇଥିବା ଜିଏସଟି ଡେପୁଟି କମିଶନର ମନ୍ମଥ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ବ୍ୟବସାୟୀଙ୍କ କୌଣସି ପତ୍ତା ମିଳିନଥିବା ବେଳେ ଫେକ୍ଟ୍ରିରୁ  ଜାଲ୍ କାଗଜପତ୍ର ସିଜ କରାଯାଇଛି।

ଚଡାଉ କରୁଥିବା ଟିମରେ ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରର ବହୁ ଅଧିକାରୀ ସାମିଲ ଥିବା ଜଣା ପଡ଼ିଛି। ଗତକାଲିରୁ ଆରମ୍ଭ ହୋଇଥିବା ଏହି ଚଢାଉ ଆଜି ବି ଜାରି ରହିଛି । ପ୍ରାଥମିକ ତଦନ୍ତରୁ କୋଟିଏ ଟଙ୍କାର ଜିଏସଟି ଓ ଅନ୍ୟ ଟିକସ ଠକେଇ ହୋଇଥିବା ସୂଚନା ମିଳିଛି । କମ୍ପାନୀର ୩ଟି ମାଲ ବୋଝେଇ ଟ୍ରକ ଅଟକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular