spot_img

ଗାର୍ଡ ଅଫ୍ ଅନର ପରେ ପଞ୍ଚଭୂତରେ ଲୀନ ହେଲେ ହାକିମବାବୁ

ଭୁବନେଶ୍ୱର: ଓଲିଉଡ ଅଭିନେତା ଅଜିତ ଦାଶଙ୍କ ଶେଷକୃତ୍ୟ ସଂପର୍ଣ୍ଣ । ପଞ୍ଚଭୂତରେ ଲୀନ ହୋଇଗଲେ ହାକିମବାବୁ । ଆଜି ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର ଶେଷ ହୋଇଛି । ଅନ୍ତିମ ସଂସ୍କାର ପୂର୍ବରୁୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ତାଙ୍କୁ ତାଙ୍କ ବଡଝିଅ ମୁଖାଗ୍ନି ଦେଇଥିବା ସୂଚନା ମିଳିଛି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ତେବେ କିଛି ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ । ‘ସିନ୍ଦୁର ବିନ୍ଦୁ’ ଚଳଚିତ୍ରରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଅଜିତ ଦାଶ । ହାକିମବାବୁ, କପାଳ ଲିଖନ, ସରପଞ୍ଚ ବାବୁ, ଲୁଟତରାଜ, ପରଦେଶୀ ଚଢେଇ ଭଳି ସୁପରହିଟ୍ ଫିଲ୍ମରେ ସେ ଅଭିନୟ କରିଥିଲେ । ‘ହାକିମ ବାବ’ୁ ଚଳଚିତ୍ର ପରେ ଓଡିଆ ଫିଲ୍ମ ଦୁନିଆ କୁହନ୍ତୁ କି ଓଡିଆ ଦର୍ଶକ ସମସ୍ତଙ୍କ ଭିତରେ ସେ ହାକିମବାବୁ ଭାବେ ପରିଚିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular