ଫିକା ପଡ଼ିବ ହୋଲି ଓ ଦୋଳ ମେଳଣ । ରାଜଧାନୀରେ କୋଭିଡ କଟକଣାରେ ପାଳନ ହେବ ଦୋଳ ପୂର୍ଣ୍ଣିମା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦୋଳ ଯାତ୍ରାରେ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିବ । ଯାତ୍ରାରେ ସାମିଲ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋଳ ବିମାନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ଦୋଳ ବିମାନ ଗଲାବେଳେ କୌଣସି ପ୍ରକାରର ବାଦ୍ୟଯନ୍ତ୍ର ବାଜି ପାରିବନି । ମେଲଣ ପଡିଆରେ ୫୦ରୁ ୬୦ ଜଣଙ୍କୁ ଅନୁମତି । ମେଲଣ ପଡିଆରେ ୬ ଫୁଟ ଦୂରତା ବଜାୟ ରଖିବେ । କୋଭିଡ କଟକଣାରେ ମନ୍ଦିରରେ ନୀତିକାନ୍ତି ପାଳନ କରାଯିବ । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଭିତରେ ହୋଲି ଓ ମେଳଣ ଅନୁଷ୍ଠିତ ହେବ । ଗାଇଡଲାଇନ ଉଲଂଘନ କଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0