spot_img

ଗୁଟଖା କାରଖାନାରେ ଅଗ୍ନିକାଣ୍ଡ

ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ହେଲେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନାହିଁ । ଏହାସହ ଅଗ୍ନିକାଣ୍ଡରେ ଗୁଟ୍‌ଖା କାରାଖାନାର କେତେ କ୍ଷୟକ୍ଷତି ହୋଇଛି, ତାହାର ମଧ୍ୟ ସ୍ପଷ୍ଟ ସୂଚନା ନାହିଁ । ଏହି କାରାଖାନାରେ ଗୁଟ୍‌ଖା ସହ ପାନ ମସଲା ତିଆରି କରାଯାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular