spot_img

ଜିମ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡ଼ଲାଇନ

ଭୁବନେଶ୍ୱର: ଜିମର ଯୋଗଭ୍ୟାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର । ଅନଲକ୩ରେ ଜିମ୍ କେନ୍ଦ୍ର ଗୁଡ଼ିକ ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି । ତେବେ ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ ନେଇ କ’ଣ ରହିଛି ଗାଇଡ଼ଲାଇନି ।

• ଅତି କମରେ ୬ ଫୁଟ ଦୂରତା ରକ୍ଷା କରିବାକୁ ହେବ।
• ଫେସ୍ କଭର ବା ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।
• ବ୍ୟାୟାମ କଲାବେଳେ ଭାଇଜର ବ୍ୟବହାର କରିବାକୁ କୁହାଯାଇଛି।
• ମାସ୍କ ବ୍ୟବହାର, ବିଶେଷ କରି ଏନ-୯୫ ମାସ୍କ ବ୍ୟବହାର ଶ୍ୱାସ କ୍ରିୟାରେ ବାଧା ସୃଷ୍ଟି କରିପାରେ । ତେଣୁ ବ୍ୟାୟାମ ବେଳେ ଭାଇଜର ବ୍ୟବହାର କରିବାକୁ କୁହାଯାଇଛି।
• ସାବୁନରେ ୪୦ ରୁ ୬୦ ସେକେଣ୍ଡ ପର୍ୟ୍ୟନ୍ତ ହାତ ଧୋଇବାକୁ ହେବ ।
• ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ପାଇଁ କୁହାଯାଇଛି।
• ଯୋଗ ଓ ଜିମନାସିୟମ ପରିସରରେ ଛେପ ପକାଇାବା ନିଷେଧ ।
• ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ୍ ଇନଷ୍ଟଲ କରିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular